csstore

ଷଡ଼ ବଂଶୀୟ ଗୋଁଡ଼ ସମାଜର ନୂତନ କର୍ମକର୍ତ୍ତା ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଷଡ଼ ବଂଶୀୟ ଗୋଁଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ପକ୍ଷରୁ ପଥରଚେପା ଶିବ ମନ୍ଦିରରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ବୀରବର ଧରୁଆଙ୍କୁ ସଭାପତି, ଲାଲବିହାରୀ ମଲ୍ଲିକ ଏବଂ ଡ଼ୋଲାମଣୀ ଧରୁଆଙ୍କୁ ଉପସଭାପତି ଭାବେ ନିୟୁକ୍ତି କରାଯାଇଥିବା ବେଳେ ସମ୍ପାଦକ ନବିନ ମଲ୍ଲିକ ଏବଂ କୋଷାଧ୍ୟକ୍ଷ ବିଘ୍ନରାଜ ଧରୁଆ ପୂର୍ବଭଳି ତାଙ୍କ ଦାୟିତ୍ୱ ପୂରଣ ସହ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଆଗଲପୁର, ପାଟଣାଗଡ଼, ବେଲପଡ଼ା, ଲୋଇସିଂହା, ଗୁଡ଼ଭେଲା ବ୍ଲକର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.