jsm

ମାଲ୍ୟବନ୍ତ ମହୋତ୍ସବ : ସତୀଗୁଡା ଜଳଭଣ୍ଡାରରେ ଚିତାକର୍ଷକ ନୌକା ଚାଳନା ପ୍ରତିଯୋଗିତା

csstore

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ସତିଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବୀ ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ସବୁଜ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗିତାରେ ଜଳଭଣ୍ଡାର ଚତୁଃପାଶ୍ୱର୍ରେ ଥିବା ସତିଗୁଡା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ଅଧିନରେ ଥିବା ସିନ୍ଧ୍ରିମାଳ, ଭିମାରାଙ୍ଗିଣି, ମୁନୁସା, ସିମାଗୁଡି, ଏମ୍‌.ଭି. ୧୧୧, ସୋରିଷମାଳ, ଚମ୍ପାଖାରୀ, ସର୍ଗିଗୁଡା, କରସ୍ତାଗୁଡା, ଏମ୍‌.ଭି. ୧୧୧ (ବି) ୧୦ଟି ଗ୍ରାମର ମତ୍ସ୍ୟଜୀବୀମାନେ ନିଜର ପାରମ୍ପରିକ ଦେଶୀ ଡଙ୍ଗା ସହ ପ୍ରତି ଡଙ୍ଗାରେ ଚାରିଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୋ । ଜଳଭଣ୍ଡାର ମଧ୍ୟରେ ୫୦୦ ମିଟର ଲମ୍ବା ଏବଂ ୧୫୦ ମିଟର ଚଉଡା ମଧ୍ୟରେ ଜଳଭଣ୍ଡାରରେ ବେଲୁନ, ସୋଲ ସାହାଯ୍ୟରେ ପ୍ରତିଯୋଗିତା ଅଂଚଳ ଚିହ୍ନଟ କରାଯାଇ ଥିଲ। । ଏହି ପ୍ରତିଯୋଗିତାରେ ଏମ୍‌.ଭି. ୧୧୧ର ୧ ନମ୍ବର ନୌକା ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସୋରିଷମାଳର ୩ ନଂ. ନୌକା ଦ୍ୱିତୀୟ ସ୍ଥାନ ଓ ସିନ୍ଧ୍ରିମାଳର ୮ ନଂ ନୌକା ତୃତୀୟ ସ୍ଥାନ ଅଧିକାର କରିଥିଲା ।

yuvodaya
Leave A Reply

Your email address will not be published.