କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ‘ଓଲି ଲ୍ୟାଣ୍ଡ’ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ‘ଓଲି ଲ୍ୟାଣ୍ଡ’ ବୁଲି ଦେଖିଛନ୍ତି । ବିଶ୍ୱକପ୍‌ ହକି ମାସ୍କଟ ଓଲି ନାଁରେ ନିର୍ମାଣ ହୋଇଛି ଓଲି ଲ୍ୟାଣ୍ଡ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି । ଏହାର ସାଜସଜାକୁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି । ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନ ଥିବା ଦିନ ଜନ ସାଧାରଣଙ୍କ ପାଇଁ ଏହି ସ୍ଥାନ ଖୋଲାଯାଉଛି । ଭିତରେ ବୁଲି ଲୋକେ ହକିକୁ ନେଇ ଅନୁଭବ ସାଉଣ୍ଟି ପାରିବେ । ଓଲି ଲ୍ୟାଣ୍ଡର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ସେଲଫି ପଏଣ୍ଟ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.