jsm

ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ଼୍ ରିବନ୍ କ୍ଲବ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଯୁବ ରେଡକ୍ରସର ସଂଯୋଜିକା ପୁଷ୍ପ ମଞ୍ଜରୀ ପ୍ରଧାନ ସଭାପତିତ୍ଵ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ରୀୟ ଯୁବ ଦିବସର ଅୟମାରମ୍ଭ ସହିତ ବିକଶିତ ରାଷ୍ଟ୍ରର ଗଠନରେ ଯୁବକମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ଦେୱାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ମହତ୍ ବାଣୀ ଉଦ୍ଧାର କରି ଏକ ଦୀର୍ଘ ବକ୍ତବ୍ୟ ରଖି ଯୁବଗୋଷ୍ଠୀଙ୍କୁ ଉଦ୍‌ବୋଧିତ କରିଥିଲେ । ସଭା ଶେଷରେ ଯୁବ ରେଡକ୍ରସର ସହସଂଯୋଜକ ଦେବାଶିଷ ଭଏନା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.