csstore

‘ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା’ ଲୋକନୃତ୍ୟ ଗୀତରେ ଝୁମିଲେ ଦର୍ଶକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଲୋକ କଳାକାର ତଥା ବେତାର ସଂଗୀତକାର ମାଷ୍ଟର ଚରଣ ବିନ୍ଧାଣୀ ସ୍ଵରଚିତ ସଂଗୀତ “ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା” ଗୀତର ତାଳେ ତାଳେ ଅନୁଷ୍ଠାନର କଳାକାର ମାନେ ଉଚ୍ଚସ୍ତରୀୟ ନୃତ୍ୟ ଅଭିନୟ କରିଥିଲେ ଯାହାକୁ ନେଇ ଉପସ୍ଥିତ ଦର୍ଶକ ଝୁମିଥିଲେ । ବରିଷ୍ଠ କଳାକାର ପ୍ରସନ୍ନ ବିନ୍ଧାଣୀ, ଜଗନ୍ନାଥ ବିଶୋଇ, ଅଶ୍ୱିନୀ ପାତ୍ର, କ୍ଷୀରୋଦ କୁମାର ଦଣ୍ଡସେନା, ସୁପ୍ରଭା ପ୍ରଧାନୀ ଓ ପ୍ରମୋଦ ଦଣ୍ଡସେନାଙ୍କ ନିଖୁଣ ନୃତ୍ୟ ଏବଂ ଅଭିନୟକୁ ଦର୍ଶକ ଉଚ୍ଚପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ ବରିଷ୍ଠ ନାଟ୍ୟକାର ପତିତ ପାବନ ରାଉତ ସାମ୍ବାଦିକ ଅରୁଣ ସାହୁ, ଅଜିତ ନାୟକ ସୁଶାନ୍ତ ସାହୁ ପ୍ରମୁଖ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

jayashree
Leave A Reply

Your email address will not be published.