ଟ୍ରକ୍‌କୁ ପିଟିଲା ସ୍କର୍ପିଓ : ୧ ମୃତ, ୪ ଗୁରୁତର

ଲୋଇସିଂହା : ଲୋଇସିଂହା ନିକଟସ୍ଥ ବୁର୍ଡା ଛକରେ ନିକଟରେ ଟ୍ରକ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ସ୍କର୍ପିଓ । ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଗୁରୁତରଙ୍କୁ ଲୋଇସିଂହା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳେ କଣ୍ଟାବାଞ୍ଜି ଅଞ୍ଚଳର ୪ ଜଣ କପଡା ବ୍ୟବସାୟୀ ଏକ ସ୍କର୍ପିଓ ଗାଡ଼ିରେ ବରଗଡରୁ ଫେରୁଥିଲେ । ପ୍ରାୟ ସକାଳ ୮ ଟା ୩୦ ସମୟରେ ବୁର୍ଡା ଛକରେ ଅଟକି ଥିବା ଟ୍ରକ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରେ ଲୋଇସିଂହା ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.