ରୋଷେଇ ସରଞ୍ଜାମରୁ ହକି ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ସବୁ ଓଡ଼ିଆ ଗର୍ବ କରୁଛନ୍ତି । ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ପ୍ରୋତ୍ସାହିତ କରୁଛନ୍ତି । ଏହି ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ରୋଷେଇ ସରଞ୍ଜାମରୁ ହକି ବିଶ୍ୱକପ୍‌ ଟ୍ରଫି ନିର୍ମାଣ କରିଛନ୍ତି । ଏହାର ଉଚ୍ଚତା ୨ ଇଞ୍ଚ ହୋଇଥିବା ବେଳେ ଚଉଡ଼ା ଅଧା ଇଞ୍ଚ ରହିଛି । ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୧ ଘଣ୍ଟା ସମୟ ଲାଗିଥିଲା । ପୂର୍ବରୁ ଏଭଳି ଅନେକ ସୂକ୍ଷ୍ମ କଳାକୃତି ନିର୍ମାଣ କରି ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା । ଆଗକୁ ଏହି ହକି ବିଶ୍ୱକପ୍‌କୁ ନେଇ ଆଉ କିଛି କଳାକୃତି କରୁଛନ୍ତି । ଯାହା ଦିନେ ଦୁଇଦିନ ଭିତରେ ସମସ୍ତଙ୍କ ସାମ୍ନାକୁ ଆଣିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.