ଯୁବତୀଙ୍କ ଆତ୍ମହତ୍ୟା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଥାନା ଦଲଦଲି ଗ୍ରାମରେ ରହୁଥିବା ବର୍ଷା ବାଗ୍‌(୨୧) ମଙ୍ଗଳବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଞ୍ଜବାହାଲ ଗ୍ରାମର ସତ୍ୟାନନ୍ଦ ବାଗଙ୍କ ଝିଅ ବର୍ଷା ପାଟଣାଗଡ ଥାନା ଦଲଦଲି ଗ୍ରାମରେ ଥିବା ନିଜ ମାମୁଁ ଅନାଦି ଛତରଙ୍କ ଘରେ ରହୁଥିଲେ । ବର୍ଷା ଓ ତାଙ୍କ ଆଈ ଗୋଟିଏ କୋଠାରୀରେ ରହୁଥିଲେ । ବର୍ଷାଙ୍କ ଆଈ ଦ୍ୱିପହରରେ ଗାଧୋଇବାକୁ ଯାଇଥିଲେ । ଘରକୁ ଆସି ନିଜ କୋଠରୀର କବାଟ ବନ୍ଦଥିବା ଦେଖିଥିଲେ । ପୁଅକୁ କହି କବାଟ ଖୋଲିବାରୁ ବର୍ଷା ଶାଢୀରେ ଝୁଲୁଥିବା ଦେଖିଥିଲେ । ବର୍ଷାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ଶବ ବ୍ୟବଚ୍ଛେଦ ପରେ ପାଟଣାଗଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ନେଇ ଏସ୍‌ଆଇ ବି.କେ. ପଣ୍ଡା କହିଛନ୍ତି ।

Leave A Reply

Your email address will not be published.