ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ୧ଟା ପରଠୁ ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାରବାଟୀରେ ହକି ବିଶ୍ୱକପର ଉଦ୍‌ଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ । ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ ଦିନ ୧ଟା ପରଠାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀ ଭରଚୁଆଲରେ ହକି ବିଶ୍ୱକପର ଉଦ୍‌ଘାଟନ ଦେଖିପାରିବେ। ସୂଚନାଯୋଗ୍ୟ ଯେ, ହକି ବିଶ୍ୱକପ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ମସିହା ଜାନୁଆରୀ ୨୯ ତାରିଖ ଯାଏ ଚାଲିବ । ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବରେ ବି ଟାଉନର ସେଲିବ୍ରିଟିଙ୍କ ଗୀତ ଓ ନୃତ୍ୟରେ ଦର୍ଶକଙ୍କ ମନ ମୋହିବ। ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନିଙ୍କ ସହ ପ୍ରିତମ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ।

Leave A Reply

Your email address will not be published.