jsm

ବରପାଲି ପଡାରୁ ଚୋରା ଏସ୍‌କଫ୍‌ କଫ୍‌ ସିରପ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ କାବୁ ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରା ଏସ୍‌କଫ୍‌ କଫ୍‌ ସିରପ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ କାବୁ କରିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ । ଏ ସଂପର୍କରେ ଟାଉନ୍‌ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତ ରାତି ୩ଟା ୦୫ ମି ସମୟରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବରପାଲି ପଡାର ଶ୍ରବଣ ବେହେରା ନାମକ ଜଣେ ଯୁବକଙ୍କୁ କାବୁ କରିବା ସହ ତାଙ୍କଠାରୁ ୧୦୦ଟି ସିଲ୍‌ ଥିବା ଏସ୍‌କଫ୍‌ କଫ୍‌ ସିରପ୍‌ ବୋତଲ, ନିଶା ଟାବଲେଟ, ଗୋଟିଏ ଜାର୍‌ ଲୁଜ୍‌ ଏସ୍‌କଫ୍‌ କଫ୍‌ ସିରପ୍‌, ପ୍ରାୟ ୬୦୦ମି.ଲି. ନାରଙ୍ଗି ରଙ୍ଗ ପାଣି ମିଶା ଗୋଟିଏ ୧ଲିଟର ପାଣି ବୋତଲ ଓ ୫୦ ହଜାର ଟଙ୍କା ଜବତ କରିଛି । ଟାଉନ ଥାନା କେସ ନଂ.୧୩ ତା.୧୦.୦୧.୨୦୨୩ରିଖ, ଦଫା-୨୭୪/୨୭୫ ଭା.ଦ.ଆ ଆଧାରରେ ଏବେ ମାମଲା ରୁଜୁ କରାଯାଇ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନାରେ କୁହାଯାଇଛି ।

yuvodaya
Leave A Reply

Your email address will not be published.