ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ମୁରିବାହାଲ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ମନିଗାଁ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ସାହାଜୋଟ ସ୍କୁଲର ପ୍ରଧାନ ଶିକ୍ଷକ ଡୋଳାଚନ୍ଦ୍ର ବେହେରା, ମନିଗାଁ ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ ପୁଞ୍ଜି, ଗନ୍ଧରାବନ୍ଧ ସ୍କୁଲର ସହକାରୀ ଶିକ୍ଷକ ଅରୁଣ କୁମାର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ଵିତୀୟ ରାଉଣ୍ଡରେ ବଙ୍ଗୋମୁଣ୍ଡା ଓ ବଡଗମଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ କେତକୀ, ବଙ୍ଗୋମୁଣ୍ଡା ବ୍ଲକ ଛାତ୍ର ବିଜେଡି ସଭାପତି ଗୁରୁଚରଣ ଠେଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ବିଜୟ ସିଂ ଭୋଇ ଓ ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
Next Post