csstore

କଣ୍ଟାବାଞ୍ଜି ସହରାଞ୍ଚଳ ଯୁବ ଯାଦବ ବୁଦ୍ଧିଜୀବୀ ମଂଚ ଗଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର ଯୁବ ଯାଦବ ବୁଦ୍ଧିଜୀବୀ ମଂଚ ରବିବାର ଦିନ ଗଠିତ ହୋଇଛି । କଣ୍ଟାବାଞ୍ଜି ଉପକଣ୍ଠସ୍ଥ କୁକୁଡାହାଡ ଗ୍ରାମର ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ସହରାଞ୍ଚଳର ୧୬ ଗୋଟି ୱାର୍ଡରେ ବସବାସ କରୁଥିବା ଯୁବ ଯାଦବମାନଙ୍କୁ ନେଇ ଗଠିତ ସଭାରେ ରାଜ୍ୟ ବୁଦ୍ଧିଜୀବୀ ମଂଚ ସଭାପତି ଛବିଳ ବଗର୍ତି, କାର୍ଯ୍ୟକାରୀ ସଭାପତି କବିରାଜ ପୋଢ, ରାଜ୍ୟ କନଭେନର ଧବଲେଶ୍ୱର ବାଗ, ରାଜ୍ୟ ପ୍ରକଳ୍ପ ସଭାପତି ଲକ୍ଷ୍ମଣ ବାଗ, ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀ, ନଗର ସଭାପତି-ଉଦ୍ଧବ ଘିଭେଲା, ଯୁବ ଯାଦବ ନଗର ସଭାପତି ବେଦବ୍ୟାସ ନାଗ, ଅଧ୍ୟାପକ ଗୁଣବନ୍ତ ଗୁପ୍ତ, ଯାଦବ ବୁଦ୍ଧିଜୀବୀ ମଂଚର ଉପଦେଷ୍ଟା ଘନଶ୍ୟାମ ଗହିରଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ଶାଖା ଗଠିତ ହୋଇଛି । କଣ୍ଟାବାଞ୍ଜି ଶାଖା ସଭାପତି ଭାବେ ଧର୍ମାନନ୍ଦ ଯୁଏଡ ଓ ସଂପାଦକ ଭାବେ ହୃଷିକେଶ ବାଗ ସର୍ବ ସମ୍ମତିକ୍ରମେ ମନୋନିତ ହୋଇଥିବା ବେଳେ ଉପସଭାପତି ୪ଟି, ସଂପାଦକ ୪ଟି, କୋଷାଧ୍ୟକ୍ଷ ୧ଟି ଓ କନଭେନର ପଦବୀ ସୃଷ୍ଟି କରାଯାଇଛି । ଏହି ମଂଚକୁ ଗୁରୁଦୟାଲ ହଂସ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.