oom

ହୀରାକୁଦରେ ପକ୍ଷୀ ଗଣନା ସମାପ୍ତ

jsmm

ସମ୍ବଲପୁର : ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି । ୧୦ ତାରିଖରେ ପକ୍ଷୀ ଗଣନା ରିପୋର୍ଟ ପ୍ରକାଶ ପାଇବ । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି । ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ଜିଲାରୁ ମଧ୍ୟ ପକ୍ଷୀ ଗଣନା ପାଇଁ ଟିମ୍‌ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ । ୩୫ଟି ଡଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ ଜଣ ବିଶେଷଜ୍ଞ ଗଣନା କାର୍ୟ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ୩୦ଟି ଟିମ୍‌ ଗଠନ କରାଯାଇଥିଲା । ସନ୍ଧ୍ୟା ପର୍ୟ୍ୟନ୍ତ ସମସ୍ତ ଟିମ୍‌ ଗଣନା ସାରି କୂଳକୁ ଫେରି ଆସିଥିବା ଜଣାପଡିଛି । ପକ୍ଷୀ ଗଣନା ପାଇଁ ୩ ଦିନ ପୂର୍ବରୁ ଜଳଭଣ୍ଡାରରେ ମାଛ ମାରିବା ଉପରେ ରୋକ୍‌ ଲଗାଯାଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ଜଳଭଣ୍ଡାରକୁ ଡକ୍‌ ପ୍ରଜାତିର ରେଡ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ, ବ୍ରାମିନି ଡକ, ନରଦେନ ପିନଷ୍ଟେଳ, ୟୁରୋ ଏସିଆନ, ଏସିଆନ ୱିଗନ, ଏସିଆନ ଓପନବିଲ, ଗ୍ରେ ହୀରୋନ, ପରପଳ ହୀରୋଜେନ, କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ, ଇଣ୍ଡିଆନ ସେଗ, ଲିଟିଲ କରମୋରେଣ୍ଟ, ଗ୍ରେଟ କରମୋରେଣ୍ଟ, ଲିଟିଲ ଗ୍ରେଟ, ଗ୍ରେଟ କ୍ରେଷ୍ଟଟେଡ ଗ୍ରେଟ, କମନ କଟ, ପରପଲ ସ୍ବାନ, ରେଡ ୱେଟଲେଟ ଲେଫ ୱିନ, ରିଭର ଲେଫୱିନ, ଫ୍ଳୋଭର, ସେଣ୍ଟ ଫ୍ଳୋଭର, ସ୍ନିପ, ଷ୍ଟିୟୁଟ, ଗୁଲସ, କିଙ୍ଗଫ୍ରେସର, ରିଭର ଟ୍ରଣ୍ଟ, ବ୍ଲେକ ବେଲିଆଟ ଟ୍ରଫ୍ଟ ପ୍ରଭୃତି ଆସିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.