ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ ମହାରାଜ

ପୁରୀ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ ଶନିବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ପରେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ପୀଠରେ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିଥିଲେ । ପରେ ସେ ଶ୍ରୀମନ୍ଦିର ଯାଇଥିଲେ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଭକ୍ତି ରୂପକ ଅର୍ଘ୍ୟକୁ ଅର୍ପଣ କରିବା ସହ ଦୀର୍ଘ ୧୧ ଦିନ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.