csstore

ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ସହ କୋଶଳ କଳାମଣ୍ଡଳରେ ପହଞ୍ଚିଲା ଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଳରେ ପହଞ୍ଚିଲା ଦୀପ । ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ନିକଟସ୍ଥ ମଠଖାଇ ଗୁଡ଼ିରୁ ଆଜି ପ୍ରତ୍ୟୁଷରୁ ଭୂମିକା ପରିବାର ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଚିତ୍ତରଞ୍ଜନ ଦାଶ, ସନାତନ ଠାକୁର, ନିମାଇଁ ଚରଣ ପାଣିଗ୍ରାହୀ, ଚଗଲା ପରିଚ୍ଛା, ମୁକେଶ ବହିଦାର, ମନୋରଞ୍ଜନ ଦାସ, ଧର୍ମେନ୍ଦ୍ର ନନ୍ଦ, ଜିତେନ୍ଦ୍ର ତ୍ରିପାଠୀ, ବିଜନ ମହାନ୍ତି, ଅଙ୍କୁଶ ପାଣ୍ଡିଆ ତଥା ଅନ୍ୟମାନେ ସକାଳୁ ସକାଳୁ ମଠଖାଇ ଗୁଡ଼ିରେ ପୂଜା ଅର୍ଚ୍ଚନା କରି ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ସଂକଳ୍ପ ସହ ଦୀପ ଉଠାଇଛନ୍ତି । ପରେ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୀପ କୋଶଳ କଳାମଣ୍ଡଳର ମଞ୍ଚରେ ଅଧିଷ୍ଠିତ ହୋଇଛି ।

jayashree
Leave A Reply

Your email address will not be published.