ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିର ଭାରପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ପଣ୍ତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଧିକାରୀ ସଂଜୟ ଟିଗା କ୍ୟାମ୍ପର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିରରେ ପୂର୍ବତନ ପ୍ରୋଗ୍ରାମ ଅଧିକାରୀ ଡ. ଦୁଃଖିଶ୍ୟାମ ସାହୁ ବକ୍ତା ରୂପେ ଯୋଗଦାନ କରି ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନା ସଂପର୍କରେ ବକ୍ତବ୍ୟ ଦେଇଥିଲେ । ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ସେବାର ମହତ୍ୱ ସଂପର୍କରେ ସ୍ୱେଛାସେବୀମାନଙ୍କୁ ଉଦ୍‌ବୋଧିତ କରିଥିଲେ । ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରି ଉଦ୍‌ଘାଟନ ପୂର୍ବକୁ ସଫଳ କରିଥିଲେ । ଶେଷରେ ଛାତ୍ରୀ ସଂସ୍ମିତା ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!