ପଣସ ଗଛରୁ ଖସି ପଡି ବୃଦ୍ଧ ମୃତ

ଫୁଲବାଣୀ : ସଦର ଥାନା ଅଞ୍ଚଳରେ ପଣସ ଗଛରୁ ଖସି ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ପଞ୍ଚାୟତ ରାମାଡି ଗ୍ରାମର ମଧୂସୂଦନ ମଲିକ(୬୫) । ସୂଚନା ଅନୁଯାୟୀ, ମଧୂସୂଦନ ପଣସ ତୋଳିବା ପାଇଁ ଗଛରେ ଚଢିଥିଲେ । ତେବେ ଅସାବଧାନତା ବଶତଃ ସେ ଗଛରୁ ଖସି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସଦର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.