ନବରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର : ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ନବରଙ୍ଗପୁର ମୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହର ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି । ସକାଳ୬ ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ ହେବ । ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପି କର୍ମୀ । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ ଦିଆଯାଇଛି ।

Leave A Reply

Your email address will not be published.