csstore

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶ୍ରା ଗୃପର ସଦସ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଡେପୁଟି କମିସନର, ଏସ୍‌ପି, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ କେମିତି ବିଭିନ୍ନ ବସ୍ତି ଅଂଚଳରେ ବିକ୍ରି ହେଉଥିବା ମଦକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତେ ସେମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅବକାରୀ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ ଯେ, ଆଉ ଭାଟି ମଦ ବି ବସ୍ତି ଅଂଚଳରେ ବିକ୍ରି ହେବ ନାହିଁ । ଚୋରା ମଦ ସହିତ ଭାଟି ମଦ ବି ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଯେଉଁଠି ଚୋରା ମଦ ବିକ୍ରି ହେଉଛି ସୂଚନା ମିଳିଲେ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ରାଉରକେଲାର ଏସ୍‌ପି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଆଶ୍ରା ଗ୍ରୁପରେ ରାଉରକେଲାର ପ୍ରତି ୱାର୍ଡରୁ ମହିଳା ଯୋଡି ହୋଇଛନ୍ତି । ସମସ୍ତେ ଚାହୁଁଛନ୍ତି ନିଜ ନିଜ ୱାର୍ଡରୁ ମଦ ବିକ୍ରି ବନ୍ଦ ହେଉ ଆଉ ବସ୍ତି ଅଂଚଳର ପିଲାମାନେ ପାଠ ପଢନ୍ତୁ, ପରିବେଶ ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ରହୁ । ଏହାହିଁ ଆଶ୍ରା ଗ୍ରୁପର ଉଦ୍ଦେଶ୍ୟ । ଆଶ୍ରା ଗ୍ରୁପର ସଭାପତି ମିନତୀ ଦେବତାଙ୍କ ନେତୃତ୍ୱରେ ବାସନ୍ତୀ ଦାସ, ବନିତା ଦାସ, ସବିତା ଜାମୁଡା, ମଞ୍ଜୁ ଅମ୍ବିକା, ଆରତୀ, ଅର୍ଚ୍ଚନା, ଲକ୍ଷ୍ମୀ, ବାସନ୍ତୀ ମହାନ୍ତି, ରିତୁ, ମାହେଶ୍ୱରୀ, ପ୍ରୀତି, ରୀନା, ସସ୍ମିତା ମହଲ, ପ୍ରିୟଙ୍କା, ଖୁସବୁ ସୋନି, ଲଳିତା, ଲକ୍ଷ୍ମୀ ଶାହ, ସଂଗୀତା, ନିରୁପମା, ସୁଜାତା, ପ୍ରଣତି, ରୋଜାଲିନ ଦାସ, ତୁଳସୀ ଶାହ, ଟିକି, ଭାଲେରିଆ ମୁଣ୍ଡା, ପ୍ରଭାସିନୀ ପ୍ରମୁଖ ସଦସ୍ୟାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.