csstore

କର୍ଲାମୁଣ୍ଡାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା ଅନୁଷ୍ଠିତ

  • ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ସମାଜସେବୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଆଜି ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ରିଷିଡା ପଞ୍ଚାୟତ ସରପଞ୍ଚ ସେବତୀ ରଣା, ଜୋରାଡ଼ବରା ପଞ୍ଚାୟତ ସରପଞ୍ଚ ଖିତିସୁତା ସାହୁ, ସ. ମାଲପଡା ପଞ୍ଚାୟତ ସରପଞ୍ଚ ବରୁଣ ଛତ୍ରିଆ, ସମାଜ ସଂସ୍କାରକ ବାବା ଭଗବାନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ପଧାନ, ମୁରଲୀଧର ରଣା, ନାରୀନେତ୍ରୀ ଜୟନ୍ତୀ ସାହୁ, ରୀନା ସାହୁ, ପୁଷ୍ପାଞ୍ଜଳି ସାହୁ, ପ୍ରଭାତୀ ଭୋଇ, ଶାନ୍ତନୁ ମିଶ୍ର, ଅରୁଣ ଦାଶ୍ ପ୍ରମୁଖଙ୍କ ସମେତ ବହୁ ଜନ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ, ଏସଏଚଜି ସଦସ୍ୟାମାନେ ସାମିଲ ହୋଇ ସରସ୍ୱତୀ ଶିଶୁ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ଏବଂ ବିକଶିତ କଳାହାଣ୍ଡି ଗଠନ ପାଇଁ ଆହ୍ୱାନ ଦେବାସହ ତତ୍‌ସମ୍ପର୍କିତ ପ୍ଲାକାଡ଼ ଧରିଥିବା ଦେଖିବାକୁ ମିଳିଥିଲା । ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ବ୍ଲକରେ ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ ବୋଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତିମୁଣ୍ଡ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.