ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ରାଜକିଶୋର ମହାନ୍ତିଙ୍କୁ ସାକ୍ଷାତ କରି ରାଉରକେଲାରୁ ବାଲେଶ୍ଵର ଭାୟା ଚକ୍ରଧରପୁର ବଡ଼ବିଲ ଯାଜପୁର ଭଦ୍ରକ ବାଲେଶ୍ୱର ଇଣ୍ଟରସିଟି ଚଳାଚଳ ପାଇଁ ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ । ଏନେଇ ଅନୁଷ୍ଠାନ ତରଫରୁ ରାଉରକେଲା ଷ୍ଟେସନ ମାଷ୍ଟର ପ୍ରଭାସ ଦାସଙ୍କୁ ଭେଟି ଡିଭିଜନାଲ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ଡିଭିଜନସ୍ତରୀୟ ବୈଠକରେ ଏହାକୁ ଆଲୋଚନା କରିବା ପାଇଁ ଏଆରଏମ ପ୍ରତିଶ୍ରୁତି ଦେଇଥିଲେ । ସଂସଦର ଆଗାମୀ ଅଧିବେଶନରେ ଏକ ପ୍ରତନିଧି ଦଳ ରେଳମନ୍ତ୍ରୀଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଅଗ୍ରଗତି ସମ୍ପର୍କରେ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସାକ୍ଷାତକାରରେ ସଭାପତି ଉପେନ୍ଦ୍ର କୁମାର ନାୟକ, ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସହିତ ଜଗନ୍ନାଥ ରାଉତ, ଶଶଧର ପାତ୍ର, ଅମୂଲ୍ୟ ବରାଳ, ଶମ୍ଭୁନାଥ ପରିଡ଼ା, ସଦାନନ୍ଦ ସାହୁ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!