jsm

ନୃସିଂହନାଥ ପୀଠରେ ଗଣ୍ତ ସମାଜର ପୂଜା ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବୁଢାଦେଓ ମଣ୍ତପ ପ୍ରାଙ୍ଗଣ ଠାରେ ଆଜି ଗଣ୍ତ ସମାଜର ବୁଢାଦେଓ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ପ୍ରଥମେ ଶ୍ରୀ ନୃସିଂହନାଥ ସ୍ଥିତ ଗୋକୁଣ୍ତ ଘାଟରୁ ପୂର୍ଣ୍ଣ କଳସ ଜଳ ଆଣି ପୂଜା ଉତ୍ସବରେ ସ୍ଥାପନ କରି ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପୂଜାକାର୍ଯ୍ୟକୁ ପୂଜକ ଆନନ୍ଦ ଧରୁଆ ତୁଲାଇ ଥିଲେ । ଏଥିରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକ ସମାଜର ପଦ ପଦାଧିକାରୀ ତଥା ସମାଜ ଭାଇମାନଙ୍କ ଉପସ୍ଥିତିରେ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ଭାଗବିତିଆ ସିଂ ଦାଉ, ଶୋଭାରାମ ଧରୁଆ, ବସନ୍ତ ଧରୁଆ, ଅମୃତ ବାଗ, ସଫେତ ସିଦାର, ଜୟ ସିଂ ଦାଉ, ମାୟାଧର ଧରୁଆ, ଭୁବନ ଧରୁଆ, ଦେଓ କୁମାର ସିଂ ଦାଉ, ଜଗଦେବ ଧରୁଆ, ବୋଧନ ମାଝୀ, ମୀନକେତନ ମରେଇ, ମୁରଲି ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.