jayashree

ଗଞ୍ଜାମ ଟାଏକୋଣ୍ଡୋ ସଂଗଠନର ଖେଳାଳିମାନଙ୍କ କୃତିତ୍ୱକୁ ସମ୍ମାନ ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଶ୍ରୀ ବିଶୁଦ୍ଧାନନ୍ଦ ସରସ୍ୱତୀ ବିଦ୍ୟାଳୟ କୋଲକୋତା ଠାରେ ଗତ ଡିସେମ୍ବର ମାସ ୨୭ରୁ ୨୯ ତାରିଖ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଅନେକ ଖେଳାଳି ଭାଗ ନେଇଥିଲେ । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ କୋଚ୍ ଇ. ଲଳିତ କୁମାର ଏବଂ ବିକାଶ ଗୌଡ଼ଙ୍କ ସହ ୨୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଛତ୍ରପୁର ସ୍ଥିତ କେ.ମ.ପି ସ୍ପୋର୍ଟସ ଏକାଡେମୀରୁ ୧୦ ଜଣ ଖେଳାଳି ଭାଗ ନେଇଥିଲେ । ସେଥିରୁ କ୍ୟୁରୋଗୀ ବର୍ଗରେ ରୁନ୍ସୀ ବେହେରା, ଲିଜା ଦାଶ, ଦି. ପ୍ରେମ ପ୍ରସାଦ ରେଡ୍ଡୀ, ସୁଦୀପ୍ତ କୁମାର ସାହୁ, ଶୁଭଙ୍କର ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସନ୍ଦିପନୀ ପାତ୍ର, ପ୍ରମୁଣା ପ୍ରିୟଞ୍ଜଳି ପଢ଼ିଆରୀ, ସୁଦୀକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ସ୍ୱାଇଁ ରୌପ୍ୟ ପଦକ ଏବଂ ରାଜା ଦାଶ କାଂସ୍ୟ ପଦକ ହାସଲ କରିଥିବା ବେଳେ ପୁମ୍ସି ବର୍ଗରେ ସୁଦୀପ୍ତ କୁମାର ସାହୁ, ରୁନ୍ସୀ ବେହେରା ସ୍ଵର୍ଣ୍ଣ ପଦକ, ସୁଧୀକ୍ଷ୍ୟା ପାଣିଗ୍ରାହୀ ରୌପ୍ୟ ପଦକ ପ୍ରମୁଣା ପ୍ରିୟଞ୍ଜଳି ପଢ଼ିଆରୀ, କାଂସ୍ୟ ପଦକ ପାଇଥିବା ବେଳେ ସେପରି ମାଧପୁର ସ୍ଥିତ ଗଞ୍ଜାମ ଟାଇକୋଣ୍ଡା ଏକାଡେମୀରୁ କିରୋଗୀ ବର୍ଗରେ ୪ ଜଣ ଖେଳାଳି ଭାଗ ନେଇଥିଲେ । ସେଥିମଧ୍ୟରୁ ଟି. କାର୍ତ୍ତିକ ରେଡ୍ଡୀ, ଏସ. ଚେନେୟା ରେଡ୍ଡୀ ଓ ନାରାୟଣ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏସ. ଶୁଭମ ରେଡ୍ଡୀ ରୌପ୍ୟ ପଦକ ହାସଲ କରିଥିଲେ । ଏହି ଖେଳାଳିମାନେ ନୂଆ ବର୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ବେଳେ ଜିଲ୍ଲାପାଳ କୃତି ଏହି ଖେଳାଳିଙ୍କୁ ସାଧୁବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଭାପତି ଶ୍ରୀକାନ୍ତ ମହାନ୍ତି ଓ ସମ୍ପାଦକ କେ.ମନୋଜ ପ୍ରଧାନ ଏବଂ ଅନୀତା ମିଶ୍ର, ସି.ଏଚ. ପ୍ରସାଦ ନାୟକ, ଟାଏକୋଣ୍ଡୋର ବହୁ ଉଦ୍ୟକ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Leave A Reply

Your email address will not be published.