ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାତ ଏବଂ ଡାଲମା ବଣ୍ଟନ କରାଯାଇଛି । ସିଏ ସାୱରିୟା ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୀନା ଅଗ୍ରୱାଲ ନିଜ ପୁତ୍ରର ଜନ୍ମଦିନ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବୀ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଥିଲେ । ଏହି ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଏବଂ ସାମାଜିକ କର୍ମୀ ମୋହନ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଆପଣମାନଙ୍କର ଏମିତି ସହଯୋଗ ମିଳିବ ଏହା ଆମର ଆଶା ଏବଂ ବିଶ୍ୱାସ ବୋଲି ଶ୍ରୀ ଅଗ୍ରୱାଲ ନିଜ ମତରେ କହିଛନ୍ତି ।
Next Post