pakka

ଧାନମଣ୍ତି ସମସ୍ୟା ଓ ଅଭାବି ବିକ୍ରିକୁ ନେଇ କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବରଗଡ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଗୁଣମଣି ସାହୁଙ୍କ ନେତୃତ୍ୱରେ ୭ ଦଫା ସମ୍ବଳିତ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବୀଗୁଡିକ ମଧ୍ୟରେ ୧ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଚାଷୀମାନଙ୍କ ଛାଡ କରିବା, ଧାନର ଅଭାବୀ ବିକ୍ରି ଓ ଧାନମଣ୍ତିର ସୁବ୍ୟବସ୍ଥା କରିବା, ଧାନର ସହାୟକ ମୂଲ୍ୟ ଏମ୍‌ଏସ୍‌ପି ବୃଦ୍ଧି କରିବା, କୃଷି କାର୍ଯ୍ୟ ସମ୍ବନ୍ଧୀୟ ବିଦ୍ୟୁତ ବିଲ ଛାଡ, ଘରୋଇ ବୀମା କମ୍ପାନୀକୁ କୃଷକମାନଙ୍କ ଠାରେ ବାଦ ଦେଇ ସରକାରୀ ବୀମା କମ୍ପାନୀକୁ ଅନ୍ତର୍ଭୁକ୍ତ କରିବା, ଇନପୁଟ ସବସିଡି ବୃଦ୍ଧି କରିବା, କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ଟ୍ରାକ୍ଟର ଉପରୁ ରେଜିଷ୍ଟ୍ରେସନ ଇନସୁରେସ ଓ ଫିଟସନ ଟିକସ ଛାଡ କରିବା ଆଦି ଦାବୀପତ୍ରରେ ଉଲ୍ଲେଖ ଅଛି । ଦାବୀପତ୍ର ପ୍ରଦାନ କରିବା ସମୟରେ ପଦ୍ମପୁର ନଗର ସଭାପତି ଦିଲ୍ଲୀପ କୁମାର ଦାନୀ, ଆନନ୍ଦ ପାତ୍ର, ଦୀନବନ୍ଧୁ ବିଶ୍ୱାଳ, ଗଜରାଜ ସିଂ ପୁଟା, କୁର୍ହୁରୁ ସାହୁ, ସୁଧାରାଣୀ ସାହୁ, ଗୌନ୍ତିଆ ସାହୁ, ସନ୍ତୋଷ ଶତପଥୀ, ମୌସୁମୀ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

7 − 4 =