csstore

ଦେଓଗାଁ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା ରମେଶ ଚନ୍ଦ୍ର ପ୍ରଧାନୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟ ପାରାୟଣ, ଶୃଙ୍ଖଳିତ, ଅନୁଶାସନ ପ୍ରିୟ ହୋଇ ନିଜର ଲକ୍ଷ୍ୟକୁ ସାକାର କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । କ୍ରୀଡ଼ା ସାଂସଦର ମୁଖ୍ୟ ଅଧ୍ୟାପକ ସନତ ରଥ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବା ସହିତ ନିଜର ଅଧ୍ୟୟନ ପ୍ରତି ସଜାଗ ରହିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ମୁଖ୍ୟ ଡାକ୍ତର ସୁରେଶ ପ୍ରସାଦ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଖେଳ ଶିକ୍ଷକ ଚନ୍ଦ୍ର ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳ ପ୍ରତଯୋଗିତା ପରିଚାଳିତ ହୋଇଯାଇଛି । ପ୍ରତିଯୋଗିତାରେ ୨୦୦ରୁ ଅଧିକ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା ମହେଶ ମେହେର, ସରୋଜ ସାହୁ, ରମେଶ ଚନ୍ଦ୍ର ନାୟକ, ସରୋଜ ମହାନ୍ତି, ସନାତନ ନାଗ, ବିଜୟ ବିଶି, ମଳୟ ରଣା, ମଣ୍ଟୁ ରଞ୍ଜନ ସା, ସାରଦା ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ମଞ୍ଜରୀ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.