oom

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm
  • ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚାମ୍ପିୟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବିଭିନ୍ନ ବିଭାଗରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ମ.ରାମପୁର ପଂଚାୟତ ସମିତି ତରଫରୁ ପୁରୁଷ ଓ ମହିଳା ବିଭାଗର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି । ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗରେ ମୁଡ଼ିଂ ଦଳ ଓ ମହିଳା ବିଭାଗରେ ମ.ରାମପୁର ଦଳ ଚାମ୍ପିୟନ ହୋଇ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଉଭୟ ପୁରୁଷ ଓ ମହିଳା ବିଭାଗର ଚୂଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ୍ ମ.ରାମପୁର ଓ ମୁଡ଼ିଂ ମଧ୍ୟରେ ହୋଇଥିଲା । ପୁରୁଷ ବିଭାଗରେ ମ.ରାମପୁର ଦଳ ରର୍ନ୍ସଅପ୍ ହୋଇଥିବା ବେଳେ ମହିଳା ବିଭାଗରେ ମୁଡ଼ିଂ ଫୁଟବଲ ଦଳ ରର୍ନ୍ସ ଅପ୍ ହୋଇଥିଲେ । ବ୍ଲକ ଏଇଇ ବଲବିନ୍ଦର ସିଂ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ସିଡ଼ିପିଓ କୁସୁମ ମଂଜରୀ ପ୍ରହରାଜ, ସମ୍ମାନିତ ଅତିଥି ସରପଂଚ ବୀଣାପାଣି ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ପ୍ରମୁଖ ମଂଚାସୀନ ରହିଥିଲେ । ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ମହିଳା ବିଭାଗର ଶ୍ରେଷ୍ଠ ସ୍କୋରର ଅଂଜନା ମହାଖୁଡ଼(ମ.ରାମପୁର ଦଳ), ପୁରୁଷ ବିଭାଗର ବେଷ୍ଟ ସ୍କୋରର ଲବିସ ସେନାପତି (ମୁଡ଼ିଂ ଦଳ), ବେଷ୍ଟ ଡ଼ିଫେଣ୍ଡର ଲିଖିତ ମାଝୀ(ମୁଡ଼ିଂ ଦଳ) ଓ ଇର୍ମଜିଂ ପ୍ଲେୟାର ଭାବରେ ମ.ରାମପୁର ଦଳର ଶମ୍ଭୁ ଭୂଷଣ ସାହୁଙ୍କ ସମେତ ଚାମ୍ପିୟନ ଓ ରର୍ନ୍ସଅପ୍ ଦଳଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବୀଣ ଭୋଇ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.