ଜୋନ ୧୭ରେ ବିଜେପିର ସତ୍ୟାଗ୍ରହ

  • ବିଜେଡି ରାଜନୀତିର ଅପରାଧିକରଣ କରିଛି : ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜୋନ ନଂ ୧୭ରେ ଭରତୀୟ ଜନତା ପାର୍ଟି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ସରକାର ଗଠନ କରିଥିବା ବେଜେଡି ଦଳ ରାଜନୀତିର ଅପରାଧିକରଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେପି ଜିଲ୍ଲା ଉପସଭାପତି ରାକେଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହରେ କୁହାଯାଇଛି ଯେ, ବିଗତ ୨୩ ବର୍ଷ ହେବ ବିଜେଡି ଦଳ ରାଜ୍ୟରେ ଗାଦି ମାଡି ବସିଛି । କିନ୍ତୁ ଏତେ ସମୟ ଗାଦିରେ ରହି ଜନମଙ୍ଗଳ କରିବା ପରିବର୍ତ୍ତେ ଏହି ସରକାର କେବଳ ଦଳୀୟ ଉଦ୍ଦେଶ୍ୟ ସାଧନ କରିଛି । ଫଳରେ ଅନ୍ୟ ପଡୋଶୀ ରାଜ୍ୟର ବିକାଶ ତୁଳନାରେ ଆମ ରାଜ୍ୟ କାହିଁ ପଛକୁ ରହିଛି । ଦୁଇ ଦଶନ୍ଧୀରୁ ଅଧିକ ସମୟ ସରକାରରେ ଥାଇ ମଧ୍ୟ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଭଳି ମୌଳିକ ସୁବିଧା ଯୋଗଇ ପାରି ନଥିବା ବିଜେଡି ଦଳ ରାଜନୀତିର ଅପରାଧିକରଣ କରିବା ଯୋଗୁଁ ଆମ ରାଜ୍ୟ ଏବେ ଅପରାଧିଙ୍କ ଚରାଭୁଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି । ସରକାରଙ୍କୁ ବାରମ୍ବାର ଏ ଦିଗରେ ଚେତାଇ ଦେବା ସତ୍ୱେ କୌଣସି ସୁଫଳ ମିଳି ନଥିବା ବେଳେ ବିଜେପି ସାରା ରାଜ୍ୟରେ ଏହାର ପ୍ରତିବାଦରେ ସତ୍ୟାଗ୍ରହ ଆରମ୍ଭ କରିଛି ବୋଲି ବିଜେପି ଜିଲ୍ଲା ଉପସଭାପତି ରାକେଶ ମିଶ୍ର କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ରମାକାନ୍ତ ପ୍ରଧାନ, ମଣ୍ଡଳ ସଭାପତି ସୁଦାମ ଜେନା, ସୁମ୍ନତ ପ୍ରଧାନ, ପ୍ରଦୀପ ମିଶ୍ର, ପ୍ରବୀଣ ପାତ୍ର, ସୁଜିତ ବେହେରା, କୁଞ୍ଜ ମହାକୁର, ଚିନା ଜେନା, ନିମେଇ ବଂଛୋର, ସତ୍ୟ ପୁଟେଲ, କୈଳାସ ଗହୀର ଓ ଗଜିନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 3 =