csstore

ଆଦିତି କଲେଜରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଦିତି କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ ସହରର ରୋୟାଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ବାଳକ ଓ ବାଳିକା ବର୍ଗଙ୍କ ବିଭିନ୍ନ ଇଭେଣ୍ଟ ମଧ୍ୟରେ ଡିସକସ୍ ଥ୍ରୋ, ସଟ୍ ଫୁଟ, ସ୍କିପିଂ ତଥା ୧୦୦ ମିଟର, ୪୦୦ ମିଟର ଦୌଡ ଅନୁଷ୍ଠିତ ହୋଇଥିଲା । ବାଳିକା ବର୍ଗର ୧୦୦ମିଟର ଦୌଡରେ ଯଥାକ୍ରମେ ଦ୍ୱିତୀୟ ବର୍ଷ ଛାତ୍ରୀ ମଞ୍ଜୁ ଭୁଏ, ପ୍ରଥମ ବର୍ଷ ଛାତ୍ରୀ ପ୍ରିୟତମା ଗାଈଗରିଆ, ସ୍ନେହା ପାଣିଗ୍ରାହୀ ପ୍ରଥମ ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ବାଳକ ବର୍ଗରେ ଜୀବନ ଝାଙ୍କର, ଦୁଷ୍ମନ୍ତ ବେହେରା, ଶକ୍ତି ମେହେର କୃତକାର୍ଯ୍ୟ ହୋଇଥିଲେ । ଏ ସମସ୍ତ ଖେଳକୁ କ୍ରୀଡ଼ା ପ୍ରଶିକ୍ଷକ ମହମ୍ମଦ କଲିମ୍ ପରିଚାଳନା କରିଥିବା ବେଳେ କଲେଜ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି, ଚେଆରମେନ୍ ଡ଼ଃ ଜ୍ୟୋତିରଞ୍ଜନ ବହିଦାର, ସଂପାଦକ ନିଶାନ୍ତ ମହାନ୍ତି, କଲେଜ ଅଧ୍ୟକ୍ଷ ଚିନ୍ମୟାନନ୍ଦ ପାତ୍ର, ଇଂରାଜୀ ଅଧ୍ୟାପକ ଆର୍ତ୍ତତ୍ରାଣ ଥନାପତି, ଓଡ଼ିଆ ଅଧ୍ୟାପକ ଗୋବିନ୍ଦ କର୍ମୀ, ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର ଓ ବନାନୀ ପୁଷ୍ପିତା ପାତ୍ର ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରଷ୍କାର ବିତରଣ କରିଥିବା ବେଳେ କର୍ମଚାରୀ ସୁନୀଲ କୁମାର ମିଶ୍ର, ମିନକେତନ କର୍ମୀ ଓ ଶ୍ରଦ୍ଧାଞ୍ଜଳି ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.