csstore

ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁବର୍ଣ୍ଣଦୀପ ପତ୍ରିକାର ସମ୍ପାଦକ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରୁ ପ୍ରକାଶିତ ଯୁଗ ଉପଯୋଗୀ ଶିଶୁ-କିଶୋର ପତ୍ରିକା ସୁବର୍ଣ୍ଣଦୀପ ପତ୍ରିକା ଦୀର୍ଘ ୨୮ ବର୍ଷରୁ ଅଧିକ ହେଲା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଛି । ଏଭଳିକି ମହାମାରୀ କରୋନା ସମୟରେ ମଧ୍ୟ ନିୟମିତ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତିଙ୍କୁ ଏହାର ନିରବିଚ୍ଛିନ୍ନ ସମ୍ପାଦନା ପାଇଁ କଟକ ସୁତାହାଟ ସ୍ଥିତ କର ପ୍ୟାଲେସ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଲେଖକ ସମ୍ମେଳନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସ୍ମୃତି ଫଳକ ଦେଇ ସଭାପତି ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମହେଶ୍ୱର ମହାନ୍ତି, ବିଶିଷ୍ଟ ସଂଗୀତଜ୍ଞ ଶ୍ୟାମାମଣୀ ଦେବୀ, ଡ. ରାଜକିଶୋର ପାଢ଼ୀ, ପ୍ରଧ୍ୟାପକ ଡ.ସୁନାମଣୀ ରାଉତ, ସମ୍ପାଦକ ନୀଳମଣି ଚାନ୍ଦ ପ୍ରମୁଖ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ଶିଶୁ ସାହିତ୍ୟିକ, ସୁବର୍ଣ୍ଣଦୀପ ସହିତ ଜଡ଼ିତ ବିଭିନ୍ନ ଶିଶୁ ସାହିତ୍ୟ ଅନୁଷ୍ଠାନ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.