oom

କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକଙ୍କ ମାଲକାନଗିରି ଗସ୍ତ

jsmm

ମାଲକାନଗିରି : କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକ ପି.କେ ମହାପାତ୍ର ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରି କେନ୍ଦୁପତ୍ର ବିଭାଗର ଉନ୍ନୟନ କାର୍ଯ୍ୟ ଓ ତୋଳାଳିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି କେନ୍ଦୁପତ୍ର ରେଞ୍ଜ ଅଫିସ ଠାରେ ମୁଖ୍ୟ ବନ ସଂରକ୍ଷକ କେନ୍ଦୁପତ୍ର ବଲାଙ୍ଗିରର ପ୍ରଦୀପ୍ତ କୁମାର ମହାପାତ୍ର, ଜୟପୁର ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଣ୍ଡଳ, ମାଥିଲି ରେଞ୍ଜର ପ୍ରଶାନ୍ତ କୁମାର ପଣ୍ଡା, ମାଥିଲି ସରପଞ୍ଚ କାନାମ ରାଜୁ ନାୟକଙ୍କ ଦ୍ୱାରା ମାଥିଲି ରେଞ୍ଜର ବିଗତ ୨୦୦୦ମସିହାରେ ୧୮ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୧ ଲକ୍ଷ ଲେଖାଏଁ ଏବଂ ୨୦୨୧ରେ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷ ଟଙ୍କା ଲେଖା ମୃତ ପରିବାରଙ୍କୁ ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ପଦ୍ମାନ ମାଝୀ, ପ୍ରଶାନ୍ତ ଗଣ୍ଡ, ଜଗଦୀଶ ନାୟକ, ମଞ୍ଜୁଳା ନାୟକ, ଅଭିମନ୍ୟୁ ମାଝୀଙ୍କ ସହ ସମସ୍ତ କେନ୍ଦୁପତ୍ର ବିଭାଗ କର୍ମଚାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.