jsm

ନେହେରୁ ଯୁବ କେନ୍ଦ୍ରର କ୍ରୀଡା ପ୍ରତିଯୋଗିତା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପଲି ଗ୍ରାମରେ ଜୟ ଦୁର୍ଗା ସ୍ପୋର୍ଟଟିଂ ଯୁବ କ୍ରୀଡା ସଂସଦ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡ ମିଳିତ ଆନୁକୂଲ୍ୟରେ ଖେଳ ପଡିଆଠାରେ ଏକ କ୍ରୀଡା ପ୍ରତିଯୋଗିତାରେ ଉପଦେଷ୍ଟା କମିଟିର ସଭାପିତି ତ୍ରିଲୋଚନ ଶତପଥୀ, ସ୍ଥାନୀୟ ସମାଜସେବୀ ଅନିଲ କୁମାର ଅଗ୍ରୱାଲ ଏବଂ ରାକେଶ ଅଗ୍ରୱାଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫୁଟବଲ ଖେଳରେ କୋଶଳ ଏଫସି କୁର୍ମା ଚାମ୍ପିୟନ ହୋଇଥିଲେ । ଗୋଲ୍ଡେନ କ୍ଲବ ଭୁବନେଶ୍ୱରପୁର ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବଳରାମ ସାହୁ, ଆରିୟନ୍ ଜିନ୍ଦଲ, ଅନିଲ କୁମାର ଗୁପ୍ତା ଖେଳ ଶେଷରେ ବିଜୟୀ ଦଳକୁ ଟ୍ରଫି ଦେଇ ଉତ୍ସାହିତ କରିଥିଲେ । ଦୁର୍ଯ୍ୟୋଧନ ପାଣ୍ଡେ ଖେଳକୁ ସହଯୋଗ କରିଥିଲେ । ଅକୁର କଲେତ, ଦେଲହାଉସି ନାଗ, ଅନୁଗ୍ରହ କଳେତ, ସନ୍ତୋଷ ପଟେଲ, କିଶୋର ଲୋହର, ସୁରେନ୍ଦ୍ର କଲାରି, ରୋହିତ ପଟେଲ, ଘନଶ୍ୟାମ ପଟେଲ ଖେଳ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.