୮୩ ବର୍ଷରେ ପାଦ ଦେଲେ ନରସିଂହ

  • ନଗର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ
  • ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ୮୩ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭଣ୍ଡାରରେ ନଗର କଂଗ୍ରେସ ତରଫରୁ ରକ୍ତଦାନ ଶିବିର ଆୟୋଜନ କରି ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟପଟେ ବିଧାୟକ ଶ୍ରୀ ମିଶ୍ର ଅପରାହ୍ନରେ ନିଜ ବଲାଙ୍ଗିର ସ୍ଥିତ ବାସଭବନକୁ ଫେରିବା ପରେ ତାଙ୍କ ପାଖକୁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜିଠୁ ୮୩ ବର୍ଷ ପୂର୍ବରୁ ବଲାଙ୍ଗିର ସହର ନିକଟବର୍ତ୍ତି ଛତାମଖନା ଠାରେ ପିତା ସ୍ୱର୍ଗତ ୟୁଧିଷ୍ଟିର ମିଶ୍ର ଏବଂ ମାତା ଲିଳାବତୀ ମିଶ୍ରଙ୍କ ଔରଷରୁ ବିଧାୟକ ଶ୍ରୀ ମିଶ୍ର ଜନ୍ମ ଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ବାମପନ୍ଥି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ସକ୍ରିୟ ହେବା ସହ ପିତାଙ୍କ ସ୍ୱର୍ଗାବାସ ପରେ ଆଇନଜୀବୀ ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ସରକାରରେ ଲୋଇସିଂହା ବିଧାନସଭାରୁ ବିଜୟୀ ହୋଇ ଆଇନମନ୍ତ୍ରୀ ପଦ ସମ୍ଭାଳି ଥିଲେ । ଆଇନରେ ଶ୍ରୀ ମିଶ୍ରଙ୍କ ପାରଦର୍ଶିତା ଯୋଗୁଁ ଦ୍ୱାଦଶ ଜାତୀୟ ଆଇନ କମିଶନର ସଦସ୍ୟ ଭାବେ ମନୋନିତ ହୋଇ ସୂଚାରୁ ରୂପେ କାର୍ଯ୍ୟ ତୁଳାଇଥିଲେ । ତା’ସହ ବଲାଙ୍ଗିରର ଏକମାତ୍ର ରାଜନେତା ଭାବରେ ସେ ଲୋଇସିଂହ, ବିନିକା ଓ ବଲାଙ୍ଗିର ଭଳିଆ ତିନୋଟି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ, ବିରୋଧି ଦଳ ଉପନେତା ଏବଂ ବିରୋଧିଦଳ ନେତା ଭାବରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ସ୍ଥାନୀୟ ନଗର କଂଗ୍ରେସ ତରଫରୁ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଅଜୟ ବାଲି ଏବଂ ଯୁବ ପ୍ରତାପି ସେନାର ସରୋଜ ବେହେରା ନେତୃତ୍ୱରେ ଯୁବ ପ୍ରତାପି ସେନା ତରଫରୁ ଶ୍ରୀ ମିଶ୍ରଙ୍କ ଜନ୍ମଦିନ ଅବସରରେ ଗେଟସରୋବରପଡା ଏବଂ ଗାନ୍ଧୀନଗରପଡା ଠାରେ ଛୋଟ ଛୋଟ ଛୁଆମାନଙ୍କୁ ବହି, ଖାତା, କଲମ, ପେନସିଲ ବଣ୍ଟନ କରାଯାଇଥିଲା । ଆଜିର ରକ୍ତଦାନ କାର୍ଯ୍ୟକ୍ରମରେ ଅନ୍ତ ବେହେରା, ଲିପ୍ସା ରାନୀ ବେହେରା, ଲିପ୍ତିମାୟୀ ବେହେରା, ରାମ ସିଂ, ମୀରା ବେହେରା, ଦିନେଶ ଦାନୀ, ପବିତ୍ର େବେହେରା, ସୁଶାନ୍ତ ସୁନା, ଓମପ୍ରକାଶ ତାଣ୍ଡି, ତାରାକାନ୍ତ ବାଗ, କାହ୍ନା ମହାପାତ୍ର, ମିହିର ପଟ୍ଟନାୟକ, ଦର୍ଯ୍ୟୋଧନ ସାହୁ, ୟଶ ମେହେର, ଜୟନାରାୟଣ ବହିଦାର, ସଞ୍ଜୟ ଅଦାବରିଆ, ଭକ୍ତି କୁମ୍ଭାର, ଭବାନୀ ବେହେରା, ସତ୍ୟନାରାୟଣ କୁଅଁର, ରମେଶ ସାହୁ, ଅବିନାଶ ସାଏ, ପିଙ୍କୁ ବାରିକ, ଅଭି ତାଣ୍ଡି, ସନ୍ତୋଷ ମିଶ୍ର, ଅଖଣ୍ଡ ସେଠ, ମନୋଜ ସାହୁ, ବଲଦେବ ସେଠ, ନାସିର ଖାନ, ସୁରୁଲାଲ ମଟାରୀ, ନିତେଶ ପ୍ରଧାନ, ଅମିର କୁମ୍ଭାର, ସବିର ରାଏ, ଦିନେଶ ଜାଲ, ବିଶ୍ୱଜିତ ନାଥ, ନିକେଶ କୁମ୍ଭାର, ସୁବାଷ ନନ୍ଦ, ସିତିକାନ୍ତ ସ୍ୱାଇଁ, ଲୋପନ ମିଶ୍ର, ରଶ୍ମିତା ପ୍ରଧାନ, ବ୍ରଜେନ୍ଦ୍ର ବେହେରା, ମାଧବ ଭୋଇ, ହରେନ୍ଦ୍ର ସୁନା, ସୋମ୍ୟଦୀପ ସରାଫ, ମାନସ ହରପାଲ ସମେତ ଆହୁରି ଅନେକ ଯୁବକ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.

5 + 15 =

error: Content is protected !!