ବଡ଼ଦାସୁଡୁ ସତ୍ୟମଙ୍କ ସମେତ ଛତ୍ରପୁର ତିନିଜଣ ହାଇଦ୍ରାବାଦରେ ଜାତୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇଆରଇ ଛକ ଘଡ଼ଘଡାପଲ୍ଲୀ ଠାରେ ଥିବା ଏକ ଆଧ୍ୟାତ୍ମିକ ଓ ଭକ୍ତିବାଦ ସୂତ୍ରର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ରର (ଭଗବତ ଗାଦୀ) ବଡ଼ଦାସୁଡୁ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କ ସମେତ ଉକ୍ତ ଏହି ସଂଗଠନର ସର୍ବମୋଟ ତିନିଜଣ ଦକ୍ଷିଣ ଭାରତରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭବ୍ୟ ସାମାରୋହରେ ସମ୍ମାନିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରୀୟ ବିଜ୍ଞାନ କେନ୍ଦ୍ରମ୍, ହାଇଦ୍ରାବାଦ ଠାରେ ଅନୁଷ୍ଠିତ ତେଲେଙ୍ଗାନା ରାଜ୍ୟର ଏକ ଅଗ୍ରଣୀ ଜାତୀୟସ୍ତରୀୟ ସଂଗଠନ ଡ଼. ବି.ଆର. ଆମ୍ବେଦକରଙ୍କ ସ୍ମାରକୀ ବହୁଜନ ସାହିତ୍ୟ ଏକାଡେମୀ ଜାତୀୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଭବ୍ୟ ସାମାରୋହରେ ୩୧ଟି ରାଜ୍ୟରୁ ପ୍ରତିନିଧିଗଣ ଯୋଗ ଦେଇଥିଲେ । ଦକ୍ଷିଣ ଓଡ଼ିଶାରୁ ପ୍ରତିନିଧି କରିଥିବା ଛତ୍ରପୁରର ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ରର ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀ ସେବାରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ ହୋଇଛନ୍ତି । ଛତ୍ରପୁରରୁ ଉକ୍ତ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଆର.ହର ଲକ୍ଷ୍ମୀ ରେଡ୍ଡୀ ସାହିତ୍ୟ ରତ୍ନ ଏବଂ ଅଶୋକ ପଣ୍ଡା ଉତ୍ତମ ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଅନୁଷ୍ଠିତ ଷଷ୍ଠତମ ଭବ୍ୟ ବିନୋଦ ସମାରୋହରେ ମୁଖ୍ୟ ଅତିଥି ଭାବେ ବହୁଜନ ସାହିତ୍ୟ ଏକାଡେମୀର ଜାତୀୟସ୍ତରୀୟ ସଭାପତି ନାଲା ରାଧା କ୍ରିଷ୍ଣାନନ୍, ସମ୍ମାନିତ ଅତିଥି ଭାବେ ଏନ୍.ଡ଼ି.ଏଙ୍କେଟଆମ୍ମା, କଳାବତୀ ଶ୍ରୀଦେବୀ, ଏମ୍. ଗୌତ୍ତମା (ତେଲେଙ୍ଗାନା ସଭାପତି), ନୂଆଦିଲ୍ଲୀ ସଭାପତି ଇଉ.ସୁବ୍ରମଣ୍ୟମ, ଜାତୀୟ ସଂଯୋଜକ ଡ଼ା. ଏମ୍. ବିଜୟା ଲଳିତା, ତେଲଙ୍ଗନା ସକ୍ରିୟ ସଦସ୍ୟ ଆର.ପ୍ରମୋଦ କୁମାର, ବିରୁଡୁ କ୍ରିଷ୍ଣା ପ୍ରମୁଖ ବହୁ ଜାତୀୟ ସ୍ତରର ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ । ଛତ୍ରପୁରରୁ ପ୍ରତିନିଧିତ୍ୱ କରି ଦକ୍ଷିଣ ଓଡ଼ିଶାର ସମ୍ମାନ ପଦବାଚ୍ୟରେ ଦୁଇଟି ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଥିବା ଦାସୁଡୁ ସତ୍ୟମ ରେଡ୍ଡୀଙ୍କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.

four − 3 =

error: Content is protected !!