csstore

ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସାନବଜାର ଠାରେ ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ଏ.ଇ. ଦିଗାମ୍ବର ନାୟକ, ଯୁବନେତା ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଜେଡି ନେତା ଓ କର୍ମୀ, ଗଞ୍ଜାମ ଏନଏସି କାଉନସିଲର ବୃନ୍ଦ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଉତ୍ତମ କ୍ୱାଲିଟିର ଫେବର ବ୍ଲକ ନିର୍ମାଣ କରାଯିବା ନେଇ ବେହେରା ବ୍ରଦର୍ଶ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.