csstore

ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡୋ ଯାତ୍ରାକୁ ସମର୍ଥନ କରି ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦାବୀ ଗୁଡିକୁ ନେଇ ଏବଂ ମହାବିଦ୍ୟାଳୟରେ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଜିଲ୍ଲା ଛାତ୍ର କଂଗ୍ରେସର ଉପସଭାପତି ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.