pakka

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜି-୨୦ ବୈଠକ ହେବ

bbehera

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜନ ହେବ ଜି-୨୦ ବୈଠକ । ଏନେଇ ମଙ୍ଗଳବାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ । କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସମ୍ପାଦକ ଲିଲି ପାଣ୍ଡେଆ, ଏଏସଆଇ ଏଡିଜି ଗୁରୁମିତ ସିଂହ ଚାଓଲା, ଏଏସଆଇ ପୁରୀ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଦିବିସିତା ବ୍ରଜସୁନ୍ଦର ଗଡ଼ନାୟକ ପ୍ରମୁଖ ଉଚ୍ଚ ପଦାଧିକାରୀ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସୂଚନା ଅନୁସାରେ, ୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ବିଭିନ୍ନ ଐତିହ୍ୟ ସ୍ଥଳୀରେ ଦୁଇ ଶହରୁ ଅଧିକ ବୈଠକର ଆୟୋଜନ ଭାରତ କରିବ । କୋଣାର୍କରେ ବୈଠକ ଆୟୋଜନ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା, ସୂର୍ଯ୍ୟ ମନ୍ଦିର ପରିସର, ଯାତାୟାତ ବ୍ୟବସ୍ଥା, ଆଦି ସମସ୍ତ ଦିଗ ପ୍ରତି କିଭଳି ଧ୍ୟାନ ଦିଆଯିବ ସେନେଇ ଅନୁଧ୍ୟାନ କରି ଫେରିଥିଲେ ପ୍ରତିନିଧି ଦଳ । ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଇଂଜିନିୟର ଚିତ୍ତରଞ୍ଜନ ଦାଶ, ସଂରକ୍ଷଣ ଅଧିକାରୀ ନୀରଜ ସିଂ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 + 10 =