ମୁଡ୍‌ଲିଫ୍ଟ ଫ୍ୟାସନ ପକ୍ଷରୁ ଫ୍ୟାସନ ପ୍ରତିଯୋଗିତାର ଚୂଡାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୋପବନ୍ଧୁ ସ୍ମୃତି ସଂସଦଠାରେ ଆୟୋଜିତ ମୁଡ୍‌ଲିଫ୍ଟ ଫ୍ୟାସନ ପକ୍ଷରୁ ମିଷ୍ଟର, ମିସେସ୍‌, ମିସ୍‌, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ)ଙ୍କୁ ନେଇ ବିଭିନ୍ନ ବିଭାଗରେ ଫ୍ୟାସନ ପ୍ରତିଯୋଗିତାର ଚୂଡାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ଶୋ’ରେ ଉଭୟ ମା’ ଏବଂ ପୁଅ ଟାଇଟଲ ହାତେଇଥିବା ଜଣାପଡିଛି । ମିସେସ୍‌ ବିଭାଗରେ ଲୀଳାନ୍ଦ୍ରି ପଣ୍ଡା ‘ମିସେସ୍‌ ଭୁବନେଶ୍ୱର’ ଭାବେ ବିଜୟୀ ମୁକୁଟ ପିନ୍ଧିଥିବା ବେଳେ ଶିଶୁ-ବାଳକ ବିଭାଗରେ ତାଙ୍କ ପୁଅ ଆହିଲ ମହାନ୍ତି ‘ମିଷ୍ଟର ଭୁବନେଶ୍ୱର’ ଭାବେ ବିବେଚିତ ହୋଇଥିଲେ । ଏଥିରେ ମୋଟ୍‌ ୧୨୦ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ବେଳେ ୪୮ଜଣ ଶେଷ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଥିଲେ । ଅମ୍ଲାନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧନା ଏବଂ ଆଶିଷ ମୁଖ୍ୟ ସଂଯୋଜକ ଥିଲେ । ବିଚାରକ ଭାବେ ସୌମ୍ୟା ପ୍ରଧାନ, ମୈତ୍ରୀ ମୋନାଲି, ପ୍ରିୟଙ୍କା ମହାପାତ୍ର ଯୋଗଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ସମିତା ମହାନ୍ତି, ପ୍ରଜ୍ଞା ପ୍ରଧାନ, ଶୁଭାଙ୍ଗୀ ଜେନା ଓ ରାକେଶ ରୋଶନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.