ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ

ତୁଷୁରା, (କେପିଏନ୍‌ଏସ୍‌) : କପସିଲା- ତୁଷୁରା ରାସ୍ତାରେ ସୋମବାର ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ହୋଇଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ, ସୋମବାର ଅପରାହ୍ଣ ୨ଟା ସମୟରେ ସଇଁନ୍ତଲା ଥାନା କନ୍ଧକେଲଗାଁ ଗ୍ରାମର ମନ୍ମଥ ମେହେର କପସିଲା ଗ୍ରାମରେ ପ୍ରବଚନ ସାରି ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ । କପସିଲା-ତୁଷୁରା ରାସ୍ତାର ଆଶ୍ରମ ରାସ୍ତା ପାଖରେ ପରିସ୍ରା କରୁଥିବା ବେଳେ ତିନିଜଣ ଯୁବକ ୩ଟି ବାଇକରେ ଆସି ମନ୍ମଥଙ୍କ ହାତରୁ ମୋବାଇଲ ଫୋନ ଓ ବାଇକ ଚାବି ଛଡାଇ ନେଇଥିଲେ । ମନ୍ମଥ ସେମାନଙ୍କ ସହ ସଂଘର୍ଷ କରି ମୋବାଇଲ ଫୋନ୍‌ଟି ଛଡାଇଥିଲେ । ଏହା ପରେ ଦୁବୃର୍ତ୍ତମାନେ ବନ୍ଧୁକ ଦେଖାଇଥିଲେ । ମନ୍ମଥ ଚିତ୍କାର କରିବାରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ମନ୍ମଥଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.