ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଞ୍ଚପ୍ରେସ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୭ ଓ ୧୮ ତାରିଖ ଦିନ ସ୍ଥାନୀୟ ଯାଦବ ଭବନ ଠାରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଞ୍ଚପ୍ରେସ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଦିନ ବେଞ୍ଚ ପ୍ରେସ ଓ ଦ୍ୱିତୀୟ ଦିନ ସୁନ୍ଦର ସ୍ୱାସ୍ଥ୍ୟ ଓ ମେନ୍ସ ଫିଜିକ୍‌ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା । ଜିଲ୍ଲାର ସମସ୍ତ ଜିମ୍‌ରୁ ପ୍ରାୟ ଦୁଇ ଶହ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ବେଞ୍ଚ ପ୍ରେସ ପ୍ରତିଯୋଗିତାରେ ପାଞ୍ଚଟି ଗୃପ ମଧ୍ୟରୁ ୫୩ କେଜି ବର୍ଗରେ ସାହିଲ ସ୍ୱାଇଁ ପ୍ରଥମ, ୫୯ କେଜି ବର୍ଗରେ ବିଶ୍ୱଜିତ ସୁନା ପ୍ରଥମ, ଛୋଟୁ ପୋଢ ଦ୍ୱିତୀୟ, ଅକ୍ଷୟ ସାହୁ ତୃତୀୟ, ୬୬ କେଜି ବର୍ଗରେ ମନୋରଞ୍ଜନ ସାହୁ ପ୍ରଥମ, ଦୀପକ ପରିଡା ଦ୍ୱିତୀୟ ଓ ଅମିତ ଜଗତ ତୃତୀୟ, ୭୪ କେଜି ବର୍ଗରେ ଯୁବରାଜ ବରୁଆ ପ୍ରଥମ, କରନ ସାହୁ ଦ୍ୱିତୀୟ ଓ ଉପିନ ଜାଲ ତୃତୀୟ, ୮୩ କେଜି ବର୍ଗରେ ଆନନ୍ଦ ଛତର ପ୍ରଥମ, ସିଦ୍ଧାନ୍ତ ପଢିଆରି ଦ୍ୱିତୀୟ ଓ ନିକେଶ ସାହୁ ତୃତୀୟ । ସେହିପରି ୯୩ କେଜି ବର୍ଗରେ ସାର୍ଥକ ଶ୍ରୀବାସ୍ତବ ପ୍ରଥମ, ଉଦୟ ମହାରଥା ଦ୍ୱିତୀୟ ଓ ପ୍ରଶାନ୍ତ ମିଶ୍ର ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଷ୍ଟ୍ରଙ୍ଗମ୍ୟାନର ଆଖ୍ୟା ମନୋରଞ୍ଜନ ସାହୁଙ୍କୁ ମିଳିଥିଲା । ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ପ୍ରଦୀପ ପୁଞ୍ଜି ପ୍ରଥମ, ସାହିଲ ସ୍ୱାଇଁ ଦ୍ୱିତୀୟ ଓ ସୁରେନ୍ଦ୍ର ବେହେରା ତୃତୀୟ, ୬୦ କେଜି ବର୍ଗରେ ଶେଖ୍‌ ଅଖତର ପ୍ରଥମ, ବୁଲୁ ବାଗ ଦ୍ୱିତୀୟ ଓ ଦେବବ୍ରତ ପଧାନ ତୃତୀୟ, ୬୫ କେଜି ବର୍ଗରେ ବିରେନ୍ଦ୍ର ପାତ୍ର, ଯୋଗେଶ୍‌ ପନିକା ଦ୍ୱିତୀୟ ଓ ବିରେନ୍ଦ୍ର ବେହେରା ତୃତୀୟ, ୭୦ କେଜି ବର୍ଗରେ ଉପେନ୍‌ ଜାଲ ପ୍ରଥମ, ବଦ୍ରିନାଥ ମହାରଥା ଦ୍ୱିତୀୟ ଓ ମୁକେଶ ରୋହିଦାସ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଶେଖ୍‌ ଅଖତର ଚମ୍ପିୟାନ ଅଫ୍‌ ଚମ୍ପିୟାନସ ଉପାଧିରେ ସମ୍ମାନିତ ହୋଇଥିଲେ । ମେନ୍ସ ଫିଜିକ୍‌ ପ୍ରତିଯୋଗିତାରେ ପ୍ରଥମ ଗୃପରେ ଟିଟୁ ସ୍ୱାଇଁ, ଦ୍ୱିତୀୟ ଗ୍ରୁପରେ ବୁଲୁ ବାଗ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ଅବସରପ୍ରାପ୍ତ କ୍ରୀଡା ନିରିକ୍ଷକ ରାଜେନ୍ଦ୍ର ବଢେଇ ଯୋଗ ଦେଇଥିଲେ । ଦ୍ୱିତୀୟ ଦିବସରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଓ ଅବସରପ୍ରାପ୍ତ ଅଧ୍ୟାପକ ପ୍ରହଲ୍ଲାଦ ଶତପଥି ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ ଜିଲ୍ଲା ବଡି ବିଲଡିଂ ସଂପାଦକ ସଂଜୟ ଶତପଥି ଓ ସଭ୍ୟ ରୂପକ କୁମାର ବରାଳ ବିଚାରକର ଭୂମିକା ତୁଳାଇଥିଲେ । ପ୍ରତିଯୋଗିତାକୁ ସଫଳ କରିବାରେ ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର, ସଭ୍ୟ ବବନ ମିଶ୍ର, ଜିତେନ୍ଦ୍ର ନାଗ, ଅନିଲ ନାଏକ, ଗୋପାଳ ସୁନା, ରାମ ଭାଇ ଓ ଯାଦବ ସମାଜର ପ୍ରଶାନ୍ତ ମହାକୁର ସହାୟତା କରିଥିଲେ ।

Leave A Reply

Your email address will not be published.

1 × two =