csstore

ବୋଡ଼ାସମ୍ବରର ସାରସ୍ୱତ ସମ୍ପଦ ଏକ ଆକଳନ ପୁସ୍ତକ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରଠାରେ ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ଼ ବାଞ୍ଛାନିଧି ପଣ୍ଡାଙ୍କ କର କମଳରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଆଚାର୍ଯ୍ୟ ଡ. ଅବନୀକାନ୍ତ ସାହୁଙ୍କ ଗବେଷଣା ନିବନ୍ଧ ବୋଡ଼ାସମ୍ବରର ସାରସ୍ୱତ ସମ୍ପଦ ଏକ ଆକଳନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟଅତିଥି ଡ଼ ପଣ୍ଡା ବୋଡ଼ାସମ୍ୱରର ସାହିତ୍ୟ, ସଂସ୍କୃତି ଓ ପରମ୍ପରା କିପରି ସଂବୃଦ୍ଧ ତଥା ସ୍ୱାଧୀନତା ସଂଗ୍ରାମକୁ ଏ ଅଞ୍ଚଳର ଅବଦାନ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ । ଏହି ଉନ୍ମୋଚନ ସମାରୋହରେ ଅବସରପ୍ରାପ୍ତ ପଦ୍ମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଜନକ ଲାଲ ମେହେର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସମାରୋହରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ହସ୍ତରୁ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.