csstore

ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜର ବାର୍ଷିକ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଧାମାଧବ ମନ୍ଦିର ସାଲେପାଲି, ବଲାଙ୍ଗିର ଠାରେ ନଗର ତୈଳିକ ସମାଜର ବନ୍ଧୁମିଳନ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରି ନଗର ସଭାପତି ରେବତିକାନ୍ତ ସାହୁ ସମାଜର ଉନ୍ନତି ସକାଶେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହି ଅବସରରେ ନିଖିଳ ଉତ୍କଳ ତୈଳିକ ବୈଶ୍ୟ ସମାଜର ସଭାପତି ତଥା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମାଜର ମଙ୍ଗଳ କାମନା କରିଥିଲେ ଏବଂ ବିଶିଷ୍ଟ ଶିକ୍ଷାବିତ୍‌ ଲେଖକ, କବି ତଥା ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଡ. ରାଜନ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜର ଇତିହାସ ଏବଂ ପୃଷ୍ଠଭୂମି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା କମିଟିର ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ସାଂଗଠାନିକ ସଂପାଦକ ବିକାଶ ରଞ୍ଜନ ସାହୁ ଅତିଥି ଭାବେ ଯୋଗ ଦେଇ ସମାଜ ବିଷୟରେ ବିଭିନ୍ନ ମତ ରଖିଥିଲେ । ନଗର ସଂପାଦକ ଧୃବ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସମାଜ ପାଇଁ ତ୍ୟାଗ ତଥା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ପ୍ରଶାସନିକ ସେବା ପ୍ରାପ୍ତ ଶରତ ସାହୁ ଏବଂ ଡ. ସନ୍ଧ୍ୟାରାଣୀ ସାହୁଙ୍କୁ ମାନପତ୍ର ଏବଂ ବରିଷ୍ଠ ସମାଜସେବୀ ରାହାସ ବିହାରୀ ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମ୍ୟୁଜିକ୍‌ ଚେୟାର, ହୁଳହୁଳି ଏବଂ ବଲ ଫିଙ୍ଗା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତେଲି ସମାଜର ରକ୍ତଦାନ କରିଥିବା ଯୁବ ବର୍ଗଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୁର୍ଗା ସାହୁ ଏବଂ ଆଶୁତୋଷ ସାହୁ । ଜିଲ୍ଲା ତଥା ନଗର କମିଟିର ସଭ୍ୟ କୃଷ୍ଣ ବିହାରୀ ସାହୁ, ପରମାନନ୍ଦ ସାହୁ, ପ୍ରମୋଦ ସାହୁ, ଫକିର ସାହୁ, ଆନନ୍ଦ ସାହୁ, ପ୍ରଶାନ୍ତ ସାହୁ, ସୁଦାମ ସାହୁ, ଯୁବ କମିଟିର ସଭାପତି ଅନୁପ ସାହୁ, ସଂପାଦକ ଅଙ୍କିତ ସାହୁ, ମହିଳା କମିଟିର ସଭାପତି ଗୌରୀ ସାହୁ, ସଂପାଦକ ସୁଇଟି ସାହୁ, ସଭ୍ୟା ସବିତା ସାହୁ, କଲ୍ୟାଣୀ ସାହୁ, ମହେଶ୍ୱତା ସାହୁ, ଝରଣା ସାହୁ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ଶେଷରେ ନଗର ଉପ-ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.