pakka

ଟାଟା ପାୱାର ବରଗଡ ତରଫରୁ ଜର୍ଜଗଡ଼ରେ କମ୍ବଳ ବଣ୍ଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟାଟା ପାୱାର ବରଗଡ ତରଫରୁ ସୋମବାର ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ସ୍ଥିତ ନୃସିଂହନାଥ ବୃଦ୍ଧାଶ୍ରମରେ ଥିବା ୮ ଜଣ ବୃଦ୍ଧ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସେହିପରି ଜର୍ଜଗଡ ଗ୍ରାମର ନିଃସହାୟ ଗରିବ ବିକଳାଙ୍ଗ ବିଧବା ମହିଳା ଓ ପୁରୁଷ ୧୮ ଜଣଙ୍କୁ ମଧ୍ୟ ଘର ଘର ବୁଲି କମ୍ବଳ ବଣ୍ଟନ କରାଯାଇଥିଲା । ସତ୍ୟେନ୍ଦ୍ର ଶର୍ମା ଆଡମିନିଷ୍ଟ୍ରେଟର ଇନଚାର୍ଜ ଟାଟା ପାୱାର ବରଗଡଙ୍କ ତତ୍ୱାବଧାନରେ ପାଇକମାଲ ଟାଟା ପାୱାର ଏସଡିଓ ପୁରନ୍ଧର ସାହୁ, ଜଗବନ୍ଧୁ ପୋଥାଳ ଓ ଗ୍ରାମର ଶିବ ସାହୁ, ବଡ ଶତପଥିଙ୍କ ସହାୟତାରେ ଗରିବ ଅସହାୟ ଲୋକଙ୍କୁ ଚିହ୍ନଟ କରି କମ୍ବଳ ବଣ୍ଟନ କରାଯାଇଥିଲା । ସେମାନଙ୍କୁ ଟାଟା ପାୱାର ବରଗଡ ତରଫରୁ କମ୍ବଳ ଦିଆଯାଉଛି ବୋଲି କହିବାରୁ ଅସହାୟ ଲୋକେ ବହୁତ ଖୁସି ହୋଇଥିଲେ ।

Leave A Reply

Your email address will not be published.

two × five =