csstore

ମଣ୍ଡଳସ୍ତରୀୟ ବିଦ୍ୟାଳୟର ସମୂହ କ୍ରୀଡ଼ା ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୨ ସୋମବାର ଉତ୍କଳ ଗୌରବ ବିଦ୍ୟାନିକେତନ, ସିଂହବ୍ରହ୍ମପୁର ଠାରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଭାରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଯୁଧିଷ୍ଟିର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ରୀଡ଼ା ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ, ଜୁଜିବିଏନ ସିଂହବ୍ରହ୍ମପୁର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ରଶ୍ମିତା ବେହେରା, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ଦୀପକ ଛୋଟରାୟ, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ, ପ୍ରାକ୍ତନ ସରପଞ୍ଚ ଭାଗୀରଥି ପ୍ରଧାନ, ଡେଲାଙ୍ଗ କୋଠାବାଡ଼ ସରପଞ୍ଚ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମୂଲ୍ୟାଙ୍କନ ଓ ପ୍ରତିଭା ଅନ୍ୱେଷଣ ଊପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସହ ମଞ୍ଚ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ କ୍ରୀଡ଼ା ପତକା ଉତ୍ତୋଳନ ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । କବାଡ଼ି, ଖୋଖୋ, ଫୁଟବଲ, ଭଲିବଲ ଓ ଦୌଡ଼କୁଦ ଏହି ପାଞ୍ଚଟି ପ୍ରତିଯୋଗିତାରେ ଡେଲାଙ୍ଗ ବ୍ଲକର ୨୫ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶାରୀରିକ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା, ନଟବର ସେଠି, ପୁରୁଷୋତ୍ତମ ମୁଦୁଲି ସମେତ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ତିନି ଦିନଧରି ଚାଲିବ ଓ ବୁଧବାର ଅପରାହ୍ନରେ ଉଦ୍‌ଯାପନ ହେବ ବୋଲି ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.