csstore

ଐତିହାସିକ ଯୋଗିନୀ ପୀଠକୁ ପରିଦର୍ଶନ କଲେ କର୍ଲାପଡା ଯୁକ୍ତ ତିନି ମହାବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରଛାତ୍ରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଗବେଷଣା ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲା କର୍ଲାପଡା ଯୁକ୍ତ ତିନି ମହାବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରଛାତ୍ରୀ (ପ୍ରଥମ ବର୍ଷ)ର ଅଧ୍ୟାପକ ରଞ୍ଜିତ ମେହେରଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ପରିଦର୍ଶନ କରିଛନ୍ତି । ଯୋଗିନୀ ପୀଠ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, କୀର୍ତିରାଜି, ଭଗ୍ନାବଶେଷ ଅବସ୍ଥା ତଥା ଅବହେଳିତ ଥିବାର ଅନୁମେୟ କରିଥିଲେ । ଏଥିରେ ସୁରକ୍ଷା ବ୍ୟବସ୍ଥା, ବୃକ୍ଷରୋପଣ, ମନୋରଞ୍ଜନ ପାଇଁ ପାର୍କ, ମନ୍ଦିର ଗୁଡିକର ପୁନରୁଦ୍ଧାର ଓ ଆଶ୍ରୟସ୍ଥଳୀ ନିର୍ମାଣ ହେଲେ ପର୍ଯ୍ୟଟକମାନେ ଆକର୍ଷିତ ହୋଇ ପାରିବେ ବୋଲି ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ । ମନ୍ଦିର ପରିସରରେ ଥିବା ପୋଖରୀ ପୁନରୁଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ ହେଲେ ଐତିହାସିକ ପୀଠ ସୁଶୋଭିତ ହେବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବକୁ ଇତିହାସ ଗର୍ଭରେ ସ୍ଥାନ ଦେବ ବୋଲି ଆଲୋକପାତ କରିଥିଲେ । ଏଥିରେ ପରିଦର୍ଶନ ବେଳେ କ୍ରୀଡା ଅଧ୍ୟାପକ ରଶ୍ମି ରଞ୍ଜନ ପ୍ରଧାନ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କମଳିନୀ ସାହୁ, କମଳିନୀ ଛତ୍ରିଆ, କୋମଳ ହରପାଳ, ଶୀତଳ ଛତ୍ରିଆ, ରେଣୁକା ମାଝୀ, ମୋତିପ୍ରଭା ନାଏକ, ପ୍ରୀତି ବାରିକ, ମମତା ମାଝୀ, ଖିତିସୁତା ନାଏକ, ବନିତା ରାଉତ, ଆକାଶ ତାଣ୍ଡି, ଆକାଶ ବାଗ, ସେନାପତି ସା, ସୁଧିର ଶବର, ଦୀପକ ବଗର୍ତ୍ତି, ରିତୁ ନାଏକ, ଯୋଗେନ୍ଦ୍ର ଜୁଆଡ଼, ହରପ୍ରସାଦ ମାଝୀ ପ୍ରମୁଖଙ୍କ ସହ ବହୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.