jayashree

କୋରାପୁଟର ନମିତା ଗାଇବେ ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି । ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା । କୋରାପୁଟ ଜିଲ୍ଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ ଗାଆନ୍ତି । ତାଙ୍କ ଆଦିବାସୀ ଗୀତ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ । ତେବେ ହକି ବିଶ୍ୱକପ୍‌ ଜାତୀୟ ସଙ୍ଗୀତ ଲାଗି ତାଙ୍କ କଣ୍ଠକୁ ଚୟନ କରାଯାଇଛି । ମୁମ୍ବାଇର ଏକ ଷ୍ଟୁଡିଓରେ ଏହା ରେକର୍ଡ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.