oom

ରେଳ ଉପଭୋକ୍ତା ସଂଘ ତରଫରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତା.୧୬.୧୨.୨୦୨୨ ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ୧୨ ଦଫା ସ୍ମାରକପତ୍ର ଦେଇଥିବାରୁ ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ନାରାୟଣ ପାଢି, ସହସଂପାଦକ ଦିବାକର ହୋତା, ଅଶୋକ ମିଶ୍ର, ଅଶୋକ ଚାନ୍ଦ ପ୍ରମୁଖ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ଦ୍ୱାରା ସମ୍ବଲପୁର – ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ, ବଲାଙ୍ଗିର ନୂଆଁପଡା ରେଳ ପଥକୁ ଶୀଘ୍ର ସର୍ଭେ କାମ ସମାପ୍ତ କରିବା, ବଲାଙ୍ଗିର-ଖୋର୍ଦ୍ଧା ନୂତନ ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବଲାଙ୍ଗିର ଜଙ୍ଗସନ୍‌ ଷ୍ଟେସନକୁ ବି ଗ୍ରେଡରୁ ଏ ଗ୍ରେଡ୍‌ କରିବା, ବଲାଙ୍ଗିରରୁ ପ୍ରୟାଗରାଜକୁ ସିଧାସଖଳ ସଂଯୋଗୀ କରଣ ଇତ୍ୟାଦି ଦାବୀକୁ ସଂଘ ତରଫରୁ ସ୍ୱାଗତ କରାଯାଇଛି ।

jittmm
Leave A Reply

Your email address will not be published.