jsm

ସଇଁତଲାରେ ବ୍ଲକସ୍ତରୀୟ କ୍ରୀଡା ଚୟନ ଶିବିର ଉଦ୍‌ଯାପିତ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ବଣାବିଜାର ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ୧୪ରୁ ୧୭ ବର୍ଷର ସବ୍‌ଜୁନିୟର ଓ ସିନିୟର ବାଳକ ଓ ବାଳିକାମାନଙ୍କୁ ନେଇ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡାରେ ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉକ୍ତ ସଭାକୁ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଘୁନସର କଲେଜ ଅଧ୍ୟକ୍ଷ ଶୁଭେନ୍ଧୁ ବିକାଶ କୁମ୍ଭାର, ଘୁନସର ସରପଞ୍ଚ ଅନୁରାଧା ସେଠ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କଅସର ସରପଞ୍ଚ ହେମକାନ୍ତି ସାହୁ ଓ ଯୁବ କ୍ରୀଡା ସଂଗଠକ ସନ୍ତୋଷ ସୁନା ପ୍ରମୁଖ ଯୋଗଦାନ କରି କ୍ରୀଡାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସଭାକୁ ଶାରୀରିକ ଶିକ୍ଷକ ରଞ୍ଜିତ ମିଶ୍ର ପରିଚାଳନା କାରିଥିବା ବେଳେ ଶାରୀରିକ ଶିକ୍ଷକ ଶେଷଦେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡାରେ ସଇଁତଲା, ବେଲଗାଁ, ଘୁନସର, ଟିକ୍ରାପଡା, ଭତାସର ଓ ସଇଁତଲା କଲେଜ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି । ଏହି କ୍ରୀଡାରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ,୧୫୦୦ ମିଟର ଓ ୩୦୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍‌ ଫୁଟ, ଡ଼ିସକସ୍‌ ଥ୍ରୋ ଇତ୍ୟାଦି ବାଳିକା ଓ ବାଳକମାନଙ୍କୁ ନେଇ ସବ୍‌ଜୁନିୟର ଓ ସିନିୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡାକୁ ଘୁନସର କଲେଜ ଅଧ୍ୟାପକ ସୁକୁମାର ସାହୁ, ଶାରୀରିକ ଶିକ୍ଷକ ବିନୋଦ ବେହେରା, ବନିତା ବନଛୋର, ପ୍ରସାନନ୍ଦ ବାଗ, ସୁଦର୍ଶନ ନାୟକ, ରାଜ ବିହାରୀ ବନଛୋର, ଅଭିମନ୍ୟୁ ଭୋଇ, ଜିତେନ୍ଦ୍ର ସେଠ, ସୁନନ୍ଦ ପ୍ରଧାନ, କରୁଣା ନାୟକ, ଭବାନୀ ପୁଟେଲ, ପ୍ରଫୁଲ୍ଲ ରଣା, ଦିନମଣି ପୋଡ଼, ହିମାଂଶୁ ବିଶ୍ୱାଲ, ରଞ୍ଜନ ରାଉତ, ସୁନୀଲ ମହାପାତ୍ର, ବଦ୍ରି ସାହୁ, ନରୋତ୍ତମ ମଲ୍ଲିକ, ସତ୍ୟବାନ ସାହୁ, ନିମାଇ ମନହୀରା, ଆଶୁତୋଷ ରାଜପଲିଆ, ରଶ୍ମିତା ବିଶ୍ୱାଲ ଓ ରୀନା ଠାକୁରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.