oom

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା

jsmm

କଳାହାଣ୍ଡି, (ପି.କେ. ସାହୁ) : ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ – ୨୦୨୩ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଶିକ୍ଷ୍ୟା ବିଭାଗ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଓ ଯସ୍ମୀନ ନିଆଲ, ସମ୍ମାନିତ ଅତିଥି ରୂପେ ଅଲାତରା ସରପଞ୍ଚ ସସ୍ମିତା ନାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷ୍ୟାବିତ୍‌ ତଥା ପଞ୍ଚସଖା ବିଦ୍ୟାଳୟର ପ୍ରତିଷ୍ଠାତା ଖଗେଶ୍ୱର ରଣା, ମୋ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଖେଳ ଶିକ୍ଷକ ବେଣୁଧର ରଣା ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଏଥିରେ ମ. ରାମପୁର ବ୍ଲକ ସମସ୍ତ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀର ଆସିଥିବା ଛାତ୍ରଛାତ୍ରୀମାନେ ଜୁନିୟର ଓ ସିନିୟର ବିଭାଗରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଖୋଖୋ, ବ୍ୟାଡମିଣ୍ଟନ, ଭଲି ବଲ, ଦୌଡ, ଯୋଗ, ଜେଭଳିନ୍‌ ଥ୍ରୋରେ ଅଂଶଗ୍ରହଣ କରି କୃତି ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଉକ୍ତ ପ୍ରତିଯୋଗିତାରେ ଖେଳ ଶିକ୍ଷକ ଅରୁଣ କୁମାର ଭୋଇ (ଏସଏସଡି ମଦନପୁର), ଭେରୀକଣ୍ଠ ପଧାନ (ମୋହନଗିରି), ଡୋଳାମଣି ବେହେରା (ନୁନପୁର), କନ୍ଦର୍ପ ପାତ୍ର (ବେଳଗାଁ), ସୁରେନ କୁମାର ପଧାନ (ଡୁଟା), ସୋମ୍ୟରଂଜନ ବାରିକ (ଡି. କରଲଖୁଣ୍ଟା), ସୂର୍ଯ୍ୟକାନ୍ତ ଦଳ ବେହେରା (ଡିଏମୟୁଭି ରାମପୁର), ଯୁଧିଷ୍ଠିର ମାଝୀ (କେନ୍ଦୁବନ୍ଧ), ଲେମ୍ବୁଧର ସାହୁ (ମୁଡିଙ୍ଗ), ଅଭିଷେକ ଛାତ୍ରୀଆ (ମାଣିକେରା), କେ. ବେହେରା (ନୋଡାଲ ମ. ରାମପୁର), ଗୀତାରାଣୀ ଭଞ୍ଜ (ବମକ) ଓ ମହେନ୍ଦ୍ର ବେହେରା (ଆଦର୍ଶ ବିଦ୍ୟାଳୟ ମଦନପୁର)ର ୧୪ ଜଣ ଖେଳ ଶିକ୍ଷକମାନେ ପ୍ରତିଯୋଗିତା ଦାୟିତ୍ୱ ସୁରୁଖୁରୁରେ ତୁଳାଇ ଥିଲେ । ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବେଣୁଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.