୮ ଫୁଟ୍‌ର ଅଜଗର ଉଦ୍ଧାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ସମଙ୍ଗରା ଗ୍ରାମ ନିକଟରୁ ଏକ ଅଜଗର ଉଦ୍ଧାର ହୋଇଥିବା ଜଣାପଡିଛି । ମଙ୍ଗଳବାର ମାଳତୀପାଟପୁର ବାଇପାସ୍‌ ରାସ୍ତା ପାଖରୁ ୮ ଫୁଟ୍‌ର ଅଜଗରକୁ ଉଦ୍ଧାର କରିଛି ବନବିଭାଗ । ଅପରାହ୍ଣରେ ଅଜଗରଟି ଗହୀର ଦେଇ ଗାଁ ଆଡ଼କୁ ଯାଉଥିଲା । କିଛି ଚାଷୀ ଏହା ଦେଖି ବନ ଅଧିକାରୀଙ୍କୁ ଖବର ଦେଇଥିଲେ । ବାଲୁଖଣ୍ଡ ରେଞ୍ଜ୍‌ ଅଧିକାରୀ ବେଣୁଧର ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ପହଞ୍ଚି ଅଜଗରକୁ କାବୁ କରିଥିଲେ । ପରେ ତାକୁ ନେଇ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.